ବର୍ଷିଲେ ଯୋଗୀ: ୱାକଫ୍ ବୋର୍ଡ଼ ନାଁରେ ଆଉ ହରିଲୁଟ୍ ହେବନି ଲୋକଙ୍କ ଜମି
ଲକ୍ଷ୍ନୌ: ୱାକଫ୍ ବୋର୍ଡ଼ ନେଇ ବଡ ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂସଦରେ ୱାକଫ୍ ବିଲ୍ ପାରିତ ହେବା ପରେ ୱାକଫ୍ ବୋର୍ଡ଼ ନାଁରେ ଜମିକୁ ମନଇଚ୍ଛା ହଡପ କରୁଥିବା ଏବଂ ସାଧାରଣ ଜମିକୁ ଅକ୍ତିଆର କରୁଥିବା କିଛି ଅସାଧୁ ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି ଯୋଗୀ । କହିଛନ୍ତି, ଏଣିକି ଆଉ ୱାକଫ୍ ବୋର୍ଡ଼ ନାଁରେ ହଡ଼ବ ହୋଇପାରିବନି ଜମି । ଏଣିକି ବିକାଶ କାମରେ ଲାଗିବ ଲୋକଙ୍କ ଜମି । ଲୋକଙ୍କ ଜମିରେ ନିର୍ମାଣ ହେବ ସ୍କୁଲ. କଲେଜ, ହସ୍ପିଟାଲ ଏବଂ ଗରିବଙ୍କ ପାଇଁ ଘର ।