୧

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିଙ୍କ ଜୀବନ

Spread the love

ସମ୍ବଲପୁର: ଅଜା-ନାତିଙ୍କ ଶେଷ ଯାତ୍ରା । ସ୍କୁଲ ବସ୍ ବଦଳରେ ଆସିଲା ମୃତ୍ୟୁର ଟ୍ରକ୍ । ସ୍କୁଲ ବସକୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ଯମଦୂତ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ନିକଟରେ ହୃଦୟ ବିଦାରକ ଦୃଶ୍ୟ । ଦୁର୍ଘଟଣାରେ ଅଜା ଓ ନାତିଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ଅଜା ନିରଞ୍ଜନ ଷଡ଼ଙ୍ଗୀ ଓ ୧୦ ବର୍ଷିୟ ନାତି ଅଦ୍ୟୁତ ଷଡ଼ଙ୍ଗୀ । ସବୁଦିନ ପରି ସକାଳ ପ୍ରାୟ ୭ ଟା ସମୟରେ ଏକ ଢ଼ାବା ନିକଟରେ ଅଜା ନାତି ଛିଡା ହୋଇ ସ୍କୁଲ ବସକୁ ଅପେକ୍ଷା କରିଥିଲେ । ହଠାତ୍ ମାଡ଼ି ଆସି ଧକ୍କା ଦେଲା ଏକ ଦ୍ରୁତଗାମୀ ଟ୍ରକ୍ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୋଶାଲା ଫାଣ୍ଡି ଅଧିକାରୀ ଓ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *