୫

ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ ଜୋନ ଘୋଷଣା କଲେ ଜିଲ୍ଲାପାଳ

Spread the love

କଟକ : ବାଲିଯାତ୍ରା ପଡିଆ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ସୁରକ୍ଷାକୁ ଆଖିରେ ରଖି ନୋ ଡ୍ରୋନ ଜୋନ୍ ଘୋଷଣା ହୋଇଛି । ବାଳିଯାତ୍ରାର ଉପର ଏବଂ ତଳ ପଡ଼ିଆ ଉଭୟ ନୋ ଡ୍ରୋନ ଜୋନ ଘୋଷଣା କଲା କଟକ ଜିଲ୍ଲା ପ୍ରଶାସନ। କଟକ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । 5 କିଲୋମିଟର ରେଡିଅସ୍ ଭିତରେ ନୋ ଡ୍ରୋନ ଜୋନ ଘୋଷିତ ।

ଡ୍ରୋନ୍ ବ୍ୟତୀତ ହଟ ଏୟାର ବେଲୁନ, UAV, ପାରା ଗ୍ଲାଇଡର, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ପାୱର୍ ହଂ ଗ୍ଲାଇଡର୍ ଆଦି ଉଡ଼ାଣ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା ଦୃଷ୍ଟି କୋଣରୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ଏହି କଟକଣା ନଭେମ୍ବର 22 ରୁ ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ଐତିହାସିକ ବାଲିଯାତ୍ରା ରେ ଅନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇ ନିଜ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଙ୍କ ସମାଗମ ହେବ। ଏହାକୁ ଆଖିରେ ରଖି କଟକ ଜିଲ୍ଲା ପ୍ରଶାସନ ରାତି 11 ପର୍ଯ୍ୟନ୍ତ ଲାଉଡ ସ୍ପିକର ଓ ସାଉଣ୍ଡ ବଜାଇବା ଲାଗୀ ଅନୁମତି ଦେଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ରାତି 11 ପର୍ୟ୍ୟନ୍ତ ହୋଇପାରିବ । ନଭେମ୍ଵର 24 ତାରିଖ ଠାରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *