ଖଟିଆରେ ନଦୀ ପାର୍ ହେଲେ ରୋଗୀ, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ
ରାୟଗଡା : ରାୟଗଡା ଜିଲ୍ଲାରୁ ପୁଣି ଆସିଛି ଏକ ବିକଳ ଚିତ୍ର । ଖଟିଆରେ ଭରା ନଈରେ ପାର ହେଲେ ରୋଗୀ । ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ଜଣେ ରୋଗୀଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର୍ କରାଯାଇଛି । ବାତ୍ୟା ଯୋଗୁଁ ନଦୀରେ ସାମାନ୍ଯ ପାଣି ବଢିଥିବା ବେଳେ ରୋଗୀକୁ ଭରା ନଈ ପାର କରାଯାଇଛି । ଗତକାଲି ରାତିରେ ପୂଜାରୀବମ୍ବୁ ଗାଁର ଚାଣ୍ଟି ପିଡିକା ରୋଗାଗସ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ । ଆଜି ସକାଳୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ନଦୀ ପାର୍ ହୋଇ ଆମ୍ବୁଲାନ୍ସଟି ପୂଜାରୀବମ୍ବୁ ଯାଇନଥିଲା । ପରେ ଖଟିଆରେ ଭରା ନଈ ପାର କରିବା ପରେ ଆମ୍ବୁଲାନ୍ସ ଯୋଗେ ରାୟଗଡା ସଦର ମେଡିକାଲକୁ ନିଆଯାଇଥିଲା ।
