କଟରାରୁ ଜମ୍ମୁ କଶ୍ମୀରକୁ ଚାଲିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
କଟରାରୁ ଜମ୍ମୁ କଶ୍ମୀର ଯିବା ହେବ ସହଜ । କମ୍ ସମୟରେ କଶ୍ମୀରରେ ପହଞ୍ଚିପାରିବେ ଯାତ୍ରୀ । ପ୍ରଥମେ ୧୯ ଏପ୍ରଲରୁ କଟରାରୁ କାଶ୍ମୀରକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ୨୭୨କିଲୋମିଟର ପର୍ଯ୍ୟନ୍ତ ଗଡିବ ବନ୍ଦେ ଭାରତ ଟ୍ରେନ୍ । ପ୍ରଥମେ ଏହି ଟ୍ରେନଟି କଟରା ରୁ ଗଡିବ । ବର୍ତ୍ତମାନ କିନ୍ତୁ ଜମ୍ମୁ କଶ୍ମୀର ରେଲୱେ ଷ୍ଟେସନରେ ଟ୍ରେନଟିର ନବୀକରଣ କାମ ଚାଲୁରହିଛି । ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ ପୂର୍ବରୁ ଟ୍ରେନର ଟ୍ରାୟାଲ ନିଆଯାଇଛି । ଟ୍ରାୟାଲ ଟେଷ୍ଟ ମଧ୍ୟ ସଫଳତାପୂର୍ବକ ରହିଛି ।
ରେଳ ଅଧିକାରୀ କହିଛନ୍ତି ଯେ, ଶ୍ରୀନଗରରୁ ଜମ୍ମୁ କଶ୍ମୀରକୁ ଯିବା ରାସ୍ତାରେ ଟ୍ରେନର ଗତି ମନ୍ଥର ରହିବ । କଟରାରୁ ସିଧାସଳଖ ଜମ୍ମୁ କଶ୍ମୀରରେ ପହଞ୍ଚିବାର ସୁବିଧା ପାଇପାରିବେ । ଯାହାଦ୍ବାରା ଯାତ୍ରୀମାନେ ଭଲ ସେବା ପାଇପାରିବେ । ପ୍ରଧାନମନ୍ତ୍ରୀ ୧୯ ଏପ୍ରିଲରେ ଉଧମପୁରରେ ପହଞ୍ଚି ସମସ୍ତ ଜିନିଷକୁ ଅନୁଧ୍ୟାନ କରିବା ପରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ।
କଶ୍ମୀରକୁ ସଂଯୋଗ ପ୍ରଥମେ ୧୯୯୭ ମସିହାରୁ ଆରମ୍ଭ ହୋଇଥିଲା । ଏଥିରେ ଅନେକ ବାଧା ଦେଖାଦେଇଥିବା ହେତୁ ଏହାର ଆରମ୍ଭରେ ବିଳମ୍ବ ଦେଖାଦେଇଥିଲା । ଏହି ସଂଯୋଗ ପାଇଁ ୧୧୯କିଲୋମିଟର ଲମ୍ବାର ୩୮ଟି ସୁଡଙ୍ଗ କରାଯାଇଛି । ଯେଉଁଥିପାଇଁ ଏହା ସର୍ବୋତ୍ତମ ସଂଯୋଗ ଯୋଜନା ହୋଇପାରିଛି ।
ରେଳ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ବନ୍ଦେ ଭାରତ ଏକ୍ସପ୍ରେସରେ ଆଣ୍ଟି ଫ୍ରିଜିଂ ସହିତ ଡିଜାଇନ ମଧ୍ୟ କରାଯାଇଛି । ବହୁ ଦିନ ପରେ ଲୋକଙ୍କ ଇଚ୍ଛାକୁ ପୂରଣ କରିବାରେ ସଫଳତା ମିଳିପାରିଛି । ଏହି ଏକ୍ସପ୍ରେସରେ ଯାତ୍ରୀମାନେ ଆରାମ ଏବଂ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ । ଥଣ୍ଡା ବା କୁହୁଡିଠାରୁ ରକ୍ଷା ପାଇବା ପାଇଁ ଡିଜାଇନ କରାଯାଇଛି । ଡ୍ରାଇଭରଙ୍କ କ୍ୟାବିନରେ ୱିଣ୍ଡସିଲ୍ଡ ଭଳି ଅତ୍ୟଧିକ ସୁବିଧା ଯୋଗାଇଦିଆଯାଇଛି ।
ସୂଚନାଯୋଗ୍ୟ ଅନୁଯାୟୀ, ଓଡିଶାରେ ମୋଟ୍ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଛି । କିନ୍ତୁ ପ୍ରତ୍ୟେକ ବନ୍ଦେ ଭାରତ ଏକ୍ସପ୍ରେସଠାରୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ।