Nidhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ IFS ନିଧି ତିୱାରୀ

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀ ନିଯୁକ୍ତ ହୋଇଛନ୍ତି । କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଭାବେ ଦାୟିତ୍ବ ତୁଲାଇବେ । ବ୍ୟକ୍ତିଗତ ସଚିବ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଏବଂ ଅନ୍ୟ କାମ ତଦାରଖ କରିବେ ନିଧି ।

ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ କରିଥିଲେ।

ତିୱାରୀ ୨୦୧୩ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷାରେ ପାସ୍ କରିବା ପୂର୍ବରୁ, ସେ ବାରାଣସୀରେ ଆସିଷ୍ଟାଣ୍ଟ କମିଶନର ଭାବରେ କାମ କରୁଥିଲେ ଏବଂ ଏକକାଳୀନ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଥିଲେ।

୨୦୧୪ରେ ବିଦେଶ ମନ୍ତ୍ରଣାଳୟ ତରଫରୁ ଶ୍ରେଷ୍ଠ ଅଫିସର ଟ୍ରେନିଂ ଆୱାର୍ଡ ମଧ୍ୟ ଜିତିଛନ୍ତି । ତେବେ ନିଧିଙ୍କ ପରିବାର ଦିଲ୍ଲୀରେ ରହୁଛନ୍ତି । କିନ୍ତୁ ସେ ବାରଣାସୀ ମହମୁରଗଂଜର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ପଦବୀରେ ନିଯୁକ୍ତ ଅଧିକାରୀଙ୍କ ଦରମା ପେ ମାଟ୍ରିକ୍ସ ସ୍ତର ୧୪ ଅନୁସାରେ ନିର୍ଣ୍ଣୟ କରାଯାଏ । ଏହି ସ୍ତରରେ ଦରମା ପ୍ରତି ମାସରେ ୧,୪୪,୨୦୦ ଟଙ୍କା । ଏହା ସହିତ, ମହଙ୍ଗା ଭତ୍ତା (DA), ଘର ଭତ୍ତା (HRA), ଯାତ୍ରା ଭତ୍ତା (TA) ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ ଦିଆଯାଏ ।

Leave a Reply

Your email address will not be published. Required fields are marked *