Health

ଏଣିକି ମଦ ପିଇ ରୋଗାଗ୍ରସ୍ତ ହେଲେ ମିଳିବନି ସ୍ୱାସ୍ଥ୍ୟ ବୀମା

Spread the love

ନୂଆଦିଲ୍ଲୀ: ଉତ୍ତମ ଜୀବନ ପାଇଁ ସ୍ୱାସ୍ଥ୍ୟ ବୀମା ନୀହାତି କରିବା ଉଚିତ୍ । ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ବୀମା କମ୍ପାନୀ ଅଲଗା ଅଲଗା ପ୍ରକାରର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ବା ହେଲଥ୍‌ ଇନସୁରାନ୍ସ ପଲିସି ଉପଲବ୍ଧ କରିଥାନ୍ତି । ଏହି ସବୁ ପଲିସି ଦ୍ୱାରା ଗ୍ରାହକଙ୍କୁ ଖାସ୍‌ ସୁବିଧା ମିଳିଥାଏ । ଯାହାକୁ ପାଇ ଗ୍ରାହକ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଥାନ୍ତି ।

ତେବେ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ କେତେକ ସୁବିଧା ସୁଯୋଗ ମିଳୁଥିବାବେଳେ ଏବେ ଏକ ବଡ ଖବର ଆସି ପହଁଚିଛି । କଥାଟି ହେଲା କି ମଦ୍ୟପାନ କରି ରୋଗରେ ପଡିଲେ ମିଳିବନି ସ୍ୱାସ୍ଥ୍ୟ ବୀମା । ହଁ ଦର୍ଶକବନ୍ଧୁ, ଜାଣିଶୁଣି ମଦ୍ୟପାନ କରି ରୋଗରେ ପୀଡିତ ହେଲେ ଏଥର ଉକ୍ତ ଗ୍ରାହକ ମାନେ ସ୍ୱାସ୍ଥ୍ୟ ବିମା ବା ହେଲଥ୍‌ ଇନସୁରାନ୍ସ ପଲିସିର ଲାଭ ପାଇ ପାରିବେନି ।

ଯଦି ଜଣେ ଗ୍ରାହକ ସ୍ୱାସ୍ଥ୍ୟ ବିମା କଣିବା ସମୟରେ ସ୍ପଷ୍ଟ ଭାବେ ମଦ୍ୟପାନ ଅଭ୍ୟାସ ପ୍ରକାଶ କରିନଥାନ୍ତି, ତେବେ ବୀମାକାରୀ ତାଙ୍କର ମଦ୍ୟପାନ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବୀମା ଦାବିକୁ ପ୍ରତ୍ୟାଖ୍ୟାନ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ୨୦୧୩ ମସିହାରେ ଭାରତର ଏକ ଜଣାଶୁଣା ବୀମା ସଂସ୍ଥାରୁ ସ୍ୱାସ୍ଥ୍ୟ ବୀମା କଣିଥିଲେ । ତେବେ ବୀମା ଆବେଦନରେ ସେ ତାଙ୍କ ଅତ୍ୟଧିକ ମଦ୍ୟପାନ ଅଭ୍ୟାସ ସମ୍ବନ୍ଧରେ କୌଣସି ଘୋଷଣା କରିନଥିଲେ । ବୀମା କିଣିବାର ୧ ବର୍ଷରୁ ବି କମ୍ ସମୟ ମଧ୍ୟରେ ତାଙ୍କର ଗମ୍ଭୀର ପେଟ ଯନ୍ତ୍ରଣା ବୋରୁ ହରିୟାଣାର ଝାଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କୁ । ଗୋଟିଏ ମାସର ଚିକିତ୍ସା ପରେ ସେ ହୃଦଘାତର ଶିକାର ହୋଇଥିଲେ ।

ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପଲିସି ଅଧୀନରେ ଚିକତ୍ସା ଖର୍ଚ୍ଚ ପାଇଁ ଏକ ଦାବି ଦାଖଲ କରିଥିଲେ । ତଥାପି, ବୀମା ସଂସ୍ଥା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ବୀମା କିଣିବା ସମୟରେ ମଦ୍ୟପାନ ଅଭ୍ୟାସ ପ୍ରକାଶ କରିନଥିବା ପ୍ରତ୍ୟାଖ୍ୟାନର କାରଣ ବୋଲି ଦର୍ଶାଯାଇଥିଲା । ବୀମାକାରୀ କହିଥିଲେ, ପଲିସି ସ୍ପଷ୍ଟ ଭାବରେ ସ୍ଵୟଂ ଉତ୍ପନ କରିଥିବା ରୋଗ ଏବଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସୃଷ୍ଟ ରୋଗ ପାଇଁ କଭରେଜକୁ ବାଦ୍ ଦିଏ ।

ଯେହେତୁ ଉକ୍ତ ବ୍ୟକ୍ତି ଜଣକ ବୀମା କିଣିବା ସମୟରେ ମିଥ୍ୟା ଭାବରେ କହିଥିଲେ ଯେ, ସେ ମଦ୍ୟପାନ କରୁନାହାନ୍ତି ତେଣୁ ତାଙ୍କ ଦାବିକୁ ଅବୈଧ ଘୋଷଣା ଯାଇଛି । ବୀମାକାରୀ ସାଧାରଣତଃ ଅତୀତର ମଦ୍ୟପାନ ସମ୍ବନ୍ଧୀୟ ଅବସ୍ଥା ପାଇଁ ଡାକ୍ତରୀ ରେକର୍ଡ ମୂଲ୍ୟାଙ୍କନ କରନ୍ତି ଓ ରୋଗାଗ୍ରସ୍ତ ହେବାରେ ମଦ୍ୟପାନ ଏକ ଭୂମିକା ଗ୍ରହଣ କରିଛି କି ନାହିଁ ତାହା ନିଣ୍ଣୟ କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଯାଞ୍ଚ କରନ୍ତି, ତେଣୁ ଏପରି ସମସ୍ୟାକୁ ଏଡାଇବା ପାଇଁ ସମ୍ଭାବ୍ୟ ସ୍ୱାସ୍ଥ୍ୟ ବୀମା ଆବଦେନକାରୀଙ୍କୁ ସ୍ୱଚ୍ଛ ରବିବା ଏବଂ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *