ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର

ପାଟନା : ବିହାର ରାଜନୀତିରେ ବଡ଼ ହଲଚଲ । ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି । ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି ୩ ଅଗଷ୍ଟରେ ହେବ । … Read More

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୋଦିଙ୍କୁ ହତ୍ୟା ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। … Read More

ଦିଲ୍ଲୀରେ ଲଗାଣ ବର୍ଷା : ୧୫ ବିମାନ ଡାଇଭର୍ଟ, ଦ୍ବାରକା ଏକ୍ସପ୍ରେସ ୱେ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀରେ ମୌସୁମୀ ବର୍ଷା ହେବା ଯୋଗୁଁ ଗରମରୁ ଆଶ୍ବସ୍ତି ମିଳିଛି । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭରିବା ଯୋଗୁଁ ଅନେକ ସ୍ଥାନରେ ଜାମ୍ ସ୍ଥିତି ରହିଛି । ବର୍ଷା … Read More

କାରକୁ ଧକ୍କା ଦେଲା ବସ୍, ୨ ଶିଶୁ ସମେତ ୪ ମୃତ

ତେଲଙ୍ଗାନା : ତେଲଙ୍ଗାନା ନଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ କାର୍ କୁ ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ହାଇଦ୍ରାବାଦ-ବିଜୟୱାଡା … Read More

ଗ୍ୟାସ୍ ଟ୍ୟାଙ୍କରରେ ନିଆଁ, ୨ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର : ମହାରାଷ୍ଟ୍ର ଜଲଗାଓଁରେ ବଡ଼ ଦୁର୍ଘଟଣା । ଏକ କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଭୟଙ୍କର ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଯାତାୟାତକୁ ବନ୍ଦ କରାଯାଇଥିଲା । ଦମକଳ ବିଭାଗର ଗାଡ଼ି ଦୁଇଘଣ୍ଟା … Read More

କାଶ୍ମୀର ସରକାରୀ ପାଠାଗାରରେ ବିବାଦୀୟ ପୁସ୍ତକ : ୮ ନିଲମ୍ବିତ, ଲେଖକ ଓ ପ୍ରକାଶକ କଳାତାଲିକାଭୁକ୍ତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର ଲେଖକ ଓ … Read More

ବଲୁଚିସ୍ତାନରେ ବିସ୍ଫୋରଣ; ୩୦ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଇସଲାମାବାଦ୍‌: ପାକିସ୍ତାନ ଅନ୍ତର୍ଗତ ବଲୁଚିସ୍ତାନରେ ସକ୍ରିୟ ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ ସୁରକ୍ଷା ବାହିନୀର ୩୦ ଜଣ ସୈନିକ ନିହତ ହୋଇଥିବା ଏକ ବିଏଲଏ ତରଫରୁ ଜାରି … Read More

ତାମିଲନାଡ଼ୁରୁ ୫୦ ବାଂଲାଦେଶୀ ବିତାଡ଼ିତ

ଚେନ୍ନଇ: ତାମିଲନାଡ଼ୁରେ ବେଆଇନ ଭାବେ ରହୁଥିବା ୫୦ଜଣ ବାଂଲାଦେଶୀକୁ ବିତାଡ଼ିତ କରାଯାଇଛି। ସେମାନଙ୍କୁ ବାଂଲାଦେଶକୁ ପଠାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତାମିଲନାଡୁରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା। ଇତିମଧ୍ୟରେ ସେମାନଙ୍କୁ ହାୱଡ଼ା ଏକ୍ସପ୍ରେସ୍‌ … Read More

ମନଇଚ୍ଛା ହେବନି ରଥଯାତ୍ରା, ଇସ୍କନକୁ ଗଜପତିଙ୍କ ଚିଠି

ଭୁବନେଶ୍ୱର : ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ … Read More

ସେଲଫି ନେବା ବେଳେ ମହାନଦୀରେ ଭାସି ଗଲେ ୩ ଯୁବକ, ଜଣେ ନିଖୋଜ

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ ଘଟିଛି। ବର୍ଷାଋତୁର ଶୀତଳ ସନ୍ଧ୍ୟା ସମୟରେ ସେଲଫି ନେଉଥିଲା ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକ ମାଛୁଆ … Read More