Rain

ବାତ୍ୟା ପ୍ରଭାବରେ ୧୮ରୁ ରାଜ୍ୟରେ ବର୍ଷା: ଗଞ୍ଜାମ, ଗଜପତି ସମେତ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Spread the love

ଭୁବନେଶ୍ୱର : ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ ତାରିଖରେ ଝଲକ ଦେଖାଇବ ବର୍ଷା। ୧୯ରୁ ୨୧ ଯାଏଁ ପ୍ରବଳ ବର୍ଷିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଂକା ରହିଛି। ୧୮ ତାରିଖରେ କେବଳ ଗଞ୍ଜାମ ଗଜପତି ଓ ପୁରୀ ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ।

୧୯ରୁ ୨୧ ଯାଏଁ ପ୍ରଳବରୁ ଅତି ପ୍ରବଳ ବର୍ଷିବ। ୧୯ରେ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗଞ୍ଜାମ, ଗଜପତି ସମେତ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୦ରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଚେତାବନୀ ଦିଆଯାଇଛି।

ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ରହିଛି। ସେହିପରି ୨୦ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୧ ତାରିଖରେ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୧ରେ କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ଆଲର୍ଟ। ୮ ଜିଲ୍ଲାକୁ ୟେଲୋ ଚେତାବନୀ ଦେଇଛି ପାଣିପାଗ ବିଭାଗ। ବର୍ଷା ଚେତାବନୀ ଦିଆଯାଇଥିବା ଜିଲ୍ଲା ଗୁଡ଼ିକରେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

Leave a Reply

Your email address will not be published. Required fields are marked *