ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ
ପୁରୀ : ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅକ୍ଟୋବର ୨୬ ରୁ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୬ ତାରିଖ ଦିନ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଚଳିତ ବର୍ଷ ପୁରୀ ବୃନ୍ଦାବତୀ ନିବାସ ,ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି ୩ ଟି ସ୍ଥାନରେ ୨୫୦୦ ହବିଷିଆଳିଙ୍କ ନିଃଶୁଳ୍କ ରହଣୀ,ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ,ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି ।
ରାଜ୍ୟର ୩୦ଟି ଜିଲ୍ଲାରୁ ଆବେଦନକାରୀ https://edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ନୂଆ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ହବିଷିଆଳୀି ପଞ୍ଜୀକରଣ କରିବେ ।
