ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରାଯିବ। ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଦଶହରା ପୂର୍ବରୁ ମିଳିବ କ୍ଷତିପୂରଣ ସମସ୍ତ କ୍ଷତିପୂରଣ। ସୂଚନା ଥାଉକି, ୨୬୧ କୋଟି ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ଦିଆଯାଇଛି। ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି।
ସେହିଭଳି ବନ୍ୟା ସମୟରେ ଅବହେଳା ପାଇଁ ଚାନ୍ଦବାଲି ବିଡ଼ିଓ ସଞ୍ଜିବ କୁମାର ମହାପାତ୍ରଙ୍କୁ ନିଲମ୍ବତ କରାଯାଇଛି। ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟାୟ ବେଳେ ସରକାରୀ ଅଧିକାରୀଙ୍କ ଅବହେଳା ଅକ୍ଷମଣୀୟ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଅନ୍ୟପଟେ ଯେଉଁମାନେ ନିୟୋଜିତ ଥିଲେ ଯଥା ଆଶା, ଅଙ୍ଗନାୱାଡି, ଏନଡିଆରଏଫ, ଓଡ୍ରାଫ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି କ୍ଷତିପୂରଣ ଦିଆଯାଇଛି। ଦକ୍ଷିଣ ଓଡିଶାକୁ ୨୦ କୋଟି ଦିଆଯାଇଛି। ଯେତେ ଶୀଘ୍ର ଚୂଡାନ୍ତ ରିପୋର୍ଟ ଆସିବ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।
