Police

କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ନବରଙ୍ଗପୁର : କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର  ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୋକିଆ ଗାଁରେ ଅଭାବନୀୟ ଘଟଣା  ।  ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ।  ଗୋଟିଏ ଗଛର ଡାଳରେ ଦୁହିଁଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଛି  ।

ମୃତ ଯୁବକ ମୋକିଆ ଗାଁର ପବିତ୍ର ଭତରା ।  ଚାରି ମାସ ପୂର୍ବରୁ ପବିତ୍ରଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା  ।  ଅନ୍ୟପଟେ ମୃତ ନାବାଳିକା ଭୋର ପ୍ରାୟ ୩ଟାରୁ ଘରେ ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।  ପରେ ଶୌଚ ପାଇଁ ଯାଇଥିବା ଜଣେ ଗ୍ରାମବାସୀ କାଜୁ ବଗିଚାରେ ଦୁହିଁଙ୍କ ମୃତଦେହ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା  ।  ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।  ଘଟଣାର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ  ।  ଏହା ପଛରେ ଥିବା ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି   ।

Leave a Reply

Your email address will not be published. Required fields are marked *