Raped 300x169

ଘରେ ପଶି ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

Spread the love

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା ବେହେରା ସାହି ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା ଯୁବକ ଯୁବତୀ ରହୁଥିବା ଭଡା ଘରେ ଏକା ଥିବା ସମୟରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଘଟଣାରେ ଠୋସ୍ ପ୍ରମାଣ ମିଳିଛି, ଖୁବଶୀଘ୍ର ତଦନ୍ତ ସରିବ ବୋଲି ଡିସିପି ସର୍ବଣା ବିବେକ ଏମ କହିଛନ୍ତି । ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଗରୁ ଯୁବତୀ ଜଣଙ୍କ ଜାଣିନଥିବା କହିଛନ୍ତି । ତେଣୁ ଜଣେ ଅଜଣା ବ୍ୟକ୍ତି ଘରେ ପଶି ଏ କାଣ୍ଡ ଭିଆଇଛନ୍ତି । ଯୁବତୀଙ୍କ ପ୍ରତିଦିନର ଗତିବିଧି ଉପରେ ସେ ନଜର ରଖୁଥିବା ସହ ବୁଧବାର ରାତିରେ କେମିତି ଘରେ ପଶିଲେ ସେଦିଗରେ ମଧ୍ୟ ତଦନ୍ତ ଜାରି ରହିଛି । ପୀଡିତା ଯୁବତୀ ଜଣଙ୍କ ତାଙ୍କ ଭଉଣୀଙ୍କ ସହ ଭଡା ଘରେ ରହୁଥିଲେ । ଭଉଣୀ ଘରେ ନଥିବାର ସୁଯୋଗରେ ଘରେ ପଶିଥିଲେ ମୁଖାପିନ୍ଧା ଯୁବକ । ପ୍ରଥମ ମହଲାରେ ଘର ମାଲିକ ରହୁଥିଲେ ବି ଏ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭି ଯାଂଚ ଚାଲିଛି ।

Leave a Reply

Your email address will not be published. Required fields are marked *