ମାଙ୍ଗାଲୋର ରିଫାଇନାରୀରେ ଭୟାବହ ବିସ୍ଫୋରଣ: ଜଣେ ମୃତ, ୯ ଆହତ
କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ରିଫାଇନାରୀର କୋକର ହାଇଡ୍ରୋଟ୍ରିଟର ୟୁନିଟରେ ଉଚ୍ଚ ଚାପରେ କାମ କରୁଥିବା ଏକ କୋଲ୍ଡ ସେପାରେଟର ଫାଟିଯିବା ଫଳରେ ବିରାଟ ବିିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଘଟଣା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ଅଂଚଳରୁ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚିଥିଲେ । ମୃତକ ହେଲେ ମୁଲି ନିବାସୀ ୩୦ ବର୍ଷୀୟ ମନୀଷ କର୍କେରା ।
ଗୁରୁତର ଶ୍ରମିକ ଜଣଙ୍କ ହେଲେ ରାଜେଶ ବାପ୍ତିଷ୍ଟ । ତାଙ୍କ ଶରୀରର ୩୫ ପ୍ରତିଶତ ଜଳିଯାାଇଥିବାରୁ ତାଙ୍କୁ ଶ୍ରୀନିବାଶ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେ ବିପଦମୁକ୍ତ ଥିବା ସହ ଆଇସିୟୁରେ ଥିବା ସୂଚନା ଦେଇଛନ୍ତି ପୋଲିସ କମିଶନ ସୁଧୀର କୁମାର ରେଡୀ । ନିଆଁ ନିୟନ୍ତ୍ରଣକୁ ଆସିବା ପରେ ଉଦ୍ଧାର କାର୍ଯ୍ୟ ବେଳେ ମନୀଷଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଆହତ ୮ଜଣଙ୍କର ଚିକିତ୍ସା ଜାରି ରହିଛି । ଏମଆରପିଏଲ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକଙ୍କ କହିବା ଅନୁସାରେ ନିଆଁ ଲାଗିଥିବା ବିଭାଗକୁ ଅନ୍ୟ ଅଂଶ ଠାରୁ ଅଲଗା କରାଯାଇଛି । ନିଆଁ ଆୟତ ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ । ଆହତଙ୍କ ଚିକିତ୍ସାର ସମସ୍ତ ସୁବିଧା କଥା କମ୍ପାନୀ ପକ୍ଷରୁବୁଝାଯାଉଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ପୋଲିସ ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ସେପଟେ ବିସ୍ଫୋରଣର ପ୍ରଭାବ ଆଖପାଖ ଅଂଚଳରେ ଅନୁଭୂତ ହୋଇଛି । ଭୟାନକ ଶବ୍ଦ ଶୁଭିବା ସହ ଭୂକମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛିା ବିସ୍ଫେରାଣର ଶବ୍ଦ ବିମାନବନ୍ଦର ଯାଏ ଶୁଭିଥିବା କୁହାଯାଇଥିବା ବେଳେ ବିମାନବନ୍ଦରରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିିଛି ।
