Pcc president e1790693248432 300x181

ଅକ୍ଟୋବର ୮ରେ ‘ଇଣ୍ଡିଆ’ ବ୍ଲକ୍ ର ଓଡ଼ିଶା ବନ୍ଦ ଡାକରା

Spread the love

 ଭୁବନେଶ୍ୱର : ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା  ।  ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍ ।  MMDR ଆଇନ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଗଣମଧ୍ୟାମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।  ବନ୍ଦ ପାଳନ ବେଳେ ସହଯୋଗ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ବନ୍ଦ ସଫଳ କରିବାକୁ ଭକ୍ତ ଆହ୍ୱାନ ଦେଇଛନ୍ତି ।  ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । .

Leave a Reply

Your email address will not be published. Required fields are marked *