Screenshot 2026 02 09 152011 745x430

୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା: କାଲିଠୁ ଯିବ ପ୍ରଶ୍ନପତ୍ର

Spread the love

କଟକ: ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ କାଲିଠୁ ଯିବ ପ୍ରଶ୍ନପତ୍ର, ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା। ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଟ୍ରିକ୍ ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍‌ ଅପ୍ କରିଛନ୍ତି।

ସମସ୍ତ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ପରୀକ୍ଷା କିପରି ଚାଲିଛି ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍‌ରୁ ଦେଖିହେବ। ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ। । ଜଣେ ବୋର୍ଡ ଅଫିସରେ ବସି ସିସିଟିଭିରେ ସବୁ ଦେଖିପାରିବ। ସବୁ ସେଣ୍ଟରରେ କ୍ୟାମେରା ଲଗାଯାଉଛି । ପରୀକ୍ଷା କିପରି ଚାଲିଛି ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ ରୁ ଦେଖିହେବ ।

Leave a Reply

Your email address will not be published. Required fields are marked *