Screenshot 2026 01 29 103359 750x430

ବେଆଇନ LPG ଗ୍ୟାସ ସିଲିଣ୍ଡର କାରଖାନା ଉପରେ ଚଢ଼ାଉ

Spread the love

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଠାବ ହୋଇଛି। ଏହି ବେଆଇନ କାରଖାନା ଉପରେ ଯୋଗାଣ ବିଭାଗ ରେଡ୍ କରିଛି। ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି। ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ ମଧ୍ୟ ଜବତ ହୋଇଛି ।

କାରାଖାନାରେ ଘରୋଇ ଗ୍ୟାସକୁ କମର୍ସିଆଲ ଗ୍ଯାସରେ କନଭର୍ଟ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିବା ସୂଚନା ମିଳିଛି । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଅଚାନକ ଚଢାଉ କରିଥିବା ବେଳେ, କାରଖାନା ମାଲିକ ଦୀପ ଦାସ ଭିତର ପଟୁ ତାଲା ମାରି ଫେରାର ହୋଇଯାଇଛି । ଘରର ପଛପଟୁ କନଭର୍ଟର ମେସିନ ଓ ଟାଙ୍କି ସବୁ ଜବତ କରିଛି ଯୋଗାଣ ବିଭାଗ ।

 

Leave a Reply

Your email address will not be published. Required fields are marked *