Screenshot 2026 01 07 074037 750x415 1 1 1

ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ଆହୁରି ବଢ଼ିବ ତାପମାତ୍ରା, କୁହୁଡି ପାଇଁ ୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

Spread the love

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା ଏବଂ କମିଯିବ ଶୀତ। ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଆହୁରି ବଢ଼ିବ। ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ କାକର ପଡ଼ିବ। ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ। ଏପରି ଆକଳନ କରିଛି ପାଣିପାଗ ବିଭାଗ।

ଗୁରୁବାର ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ଏଥିସହ ପାଣିପାଗ ବିଭାଗ ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ କଟକର କିଛି ସ୍ଥାନରେ କୁହୁଡି଼ ଦେଖିବାକୁ ମିଳିବ । ଶନିବାର ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଜଗତ୍ସିଂହପୁରରେ କୁହୁଡ଼ି ହେବ ।

ଫୁଲବାଣୀରେ ରାତିର ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ରହିଥିବା ବେଳେ ରାତିରେ ସର୍ବାଧିକ ତାପମାତ୍ରା ପୁରୀରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦିନରେ ସର୍ବାଧିକ ୩୧.୮ ଡିଗ୍ରୀ ଢେଙ୍କାନାଳରେ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୩୧.୬ ଡିଗ୍ରୀ, ସମ୍ବଲପୁରରେ ୩୧.୫, ପାରଳାଖେମୁଣ୍ଡିରେ ୩୧.୪, ଟିଟିଲାଗଡ଼ରେ ୩୧.୩, ଭୁବନେଶ୍ୱରରେ ୩୧.୨ ଓ ଭବାନୀପାଟଣାରେ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

 

Leave a Reply

Your email address will not be published. Required fields are marked *