Whatsapp image 2025 10 13 at 2.01.14 pm 1068x571

ହରିଣ ଛାଲ ଓ ମୟୂର ପକ୍ଷୀ ଜବତ: ଅବସରପ୍ରାପ୍ତ ବନପାଳ ଗିରଫ

Spread the love
ଦେବଗଡ଼ : ଦେବଗଡ ବନଖଣ୍ଡରେ ଅବସରପ୍ରାପ୍ତ ବନପାଳଙ୍କୁ ଗିରଫ କରିଛି ବନବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟର କିଶୋରଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଘରେ ଚିତ୍ତଲ ହରିଣ ଛାଲ ଏବଂ ମୟୂର ପକ୍ଷୀ ରଖିଥିବା ଅଭିଯୋଗରେ ଗିରଫ କରିବା ସହ  ୭୪୫ ଟି ମୟୂର ପକ୍ଷୀ ଏବଂ ଗୋଟିଏ ହରିଣ ଛାଲ ଜବତ ହୋଇଛି। ରବିବାର ବିଳମ୍ବିତ ରାତିରେ କିଶୋରଙ୍କ ଘରେ ବନବିଭାଗ ଚଢାଉ କରିଥିଲା।
ଚାକିରି କାଳ ସମୟରେ ହରିଣ ଛାଲ ଏବଂ ମୟୂର ପକ୍ଷୀ ବେଆଇନ ଭାବେ ଘରକୁ ନେଇ ଆସିଥିବା ସନ୍ଦେହ କରାଯାଇଛି।  ବାରକୋଟ ବନାଞ୍ଚଳ  କାର୍ଯ୍ୟାଳୟରେ  ଅଧିକ ପଚରାଉଚରା କରାଯାଉଛି।  କିଛି ସମୟ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ।

Leave a Reply

Your email address will not be published. Required fields are marked *