Arrested 1 1536x864

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ: ଧରାପଡ଼ିଲେ ୪ ଅଭିଯୁକ୍ତ

Spread the love

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଧରାପଡ଼ିଛି। ତା’ ନାଁ ହେଉଛି ଶେଖ ନାସିରୁଦ୍ଦିନ ଓ ଘର ଦୁର୍ଗାପୁର ଅଞ୍ଚଳରେ। ସ୍ଥାନୀୟ ବିଯଡ଼ା ଗ୍ରାମରୁ ପୁଲିସ ତା’କୁ ଧରିଛି।

ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣ ଫେରାର ଥିଲାବେଳେ ନାସିରୁଦ୍ଦିନକୁ ପୁଲିସ ଗିରଫ କରିଛି। ତା’ଠାରୁ ପୀଡ଼ିତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଶଫିକୁଲ ଶେଖ ଏବେ ବି ଫେରାର ରହିଛି। ତା’କୁ ଗିରଫ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ରୀଙ୍କ ଘର ବାଲେଶ୍ବର ଜିଲାରେ। ସଂପୃକ୍ତ ଛାତ୍ରୀ ପଶ୍ଚିମବଙ୍ଗ, ବର୍ଦ୍ଧମାନ ଜିଲାର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ଛାତ୍ରୀ ଜଣକ ଶୁକ୍ରବାର ରାତି ୯ଟାରେ ତାଙ୍କର ଜଣେ ପୁରୁଷ ବନ୍ଧୁ ଓାସିଫ ଅଲ୍ଲୀଙ୍କ ସହ କ୍ୟାମ୍ପସ ବାହାରକୁ ଆସିଥିଲେ। ସେଠାରେ ଥିବା କେତେକ ଯୁବକ ଛାତ୍ରୀଙ୍କୁ କଲେଜ ପଛ ପଟେ ଥିବା ଏକ ନିର୍ଜନ ଜଙ୍ଗଲିଆ ସ୍ଥାନକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଛାତ୍ରୀଙ୍କ ମୋବାଇଲ ଫୋନ ଓ ୫୦୦୦ ଟଙ୍କା ଲୁଟିନେଇଥିଲେ।

Leave a Reply

Your email address will not be published. Required fields are marked *