ସରକାରୀ ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, ୫ ଯାତ୍ରୀ ଆହତ

Spread the love

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ଏସ ଗୋଲେଇଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଢେଙ୍କାନାଳ ଜିଲ୍ଲା କହେଁଇପାଳ ଅଞ୍ଚଳର ସ୍ବର୍ଗତ ଉତ୍ସବ ଦାସଙ୍କ ସାନ ପୁଅ ସୌମ୍ୟରଞ୍ଜନ ଦାସ(୨୪)। ଏହା ସହିତ ୫ ଯାତ୍ରୀ ଆହତ ହୋଇଛନ୍ତି।

ବସଟି ଲାଞ୍ଜିଗଡ଼ରୁ କଟକ ଯାଉଥିବାବେଳେ ବହୁ ଦୂର ଦୁରାନ୍ତରରୁ ଆସୁଥିବା ଯାତ୍ରୀ ଅଧରାତିରେ ଘାଟି ମଝିରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖଜୁରୀପଡା ତହସିଲଦାର ଶୁଭଶ୍ରୀ ରଥ ଓ ଖଜୁରୀପଡା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ୱାବଧାନରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖଜୁରୀପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ତଦନ୍ତ ଅଧିକାରୀ ଏଏସଆଇ ମମତା ରାଉତ।

Leave a Reply

Your email address will not be published. Required fields are marked *