ବସ୍ତି ଉଚ୍ଛେଦ ବେଳେ କରେଣ୍ଟ ଲାଗି ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଭୁବନେଶ୍ଵର: ବସ୍ତି ଉଚ୍ଛେଦ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଜଣକ ଜୀବନ। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଗଣ୍ଡମୁଣ୍ଡା ଅଞ୍ଚଳରେ। ଶନିବାର ପ୍ରଶାସନ ପକ୍ଷରୁ ଗଣ୍ଡମୁଣ୍ଡାରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଥିଲା। ଏହି ସମୟରେ ବିଦ୍ୟୁତ ତାର ଛିଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରେ ମୃତଦେହ ରଖି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡ଼ିମୋଟର ଅଟକି ରହିଥିଲା।
