Image 33

ଏସଆଇ ପରୀକ୍ଷା ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

Spread the love

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ ହୋଇଛି।

ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଗତକାଲି ‘ବଣିକ’ କୋଚିଂ ସେଣ୍ଟରରେ ଛାନ୍‌ଭିନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ। OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ଛାପା ମାରିଥିଲା। କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା କରିଥିଲେ। ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ ରେଡ ହୋଇଥିଲା।

ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ତଥ୍ୟ । ସିଣ୍ଡିକେଟ ମେମ୍ବର ବିଶ୍ବ ରଞ୍ଜନ ବେହେରା ଗିରଫ । ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ ।

ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ବରଞ୍ଜନ। ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଗିରଫଦାରୀ ସଂଖ୍ୟ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋଦାର କଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଆଗକୁ ବଢ଼ିବ ତଦନ୍ତ ।

Leave a Reply

Your email address will not be published. Required fields are marked *