44466

ଶେଷ ହେଲା ରାୟଗଡା ଅନାସ୍ଥା ଭୋଟିଂ: ଫଳାଫଳ ସ୍ଥଗିତ

Spread the love

ରାୟଗଡା : ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ ହୋଇଛି। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଫଳାଫଳ ଘୋଷଣା ସ୍ଥଗିତ ରହିଛି। ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଭୋଟ୍ ବାକ୍ସକୁ ଜିଲ୍ଲା କୋଷଗାରରେ ସଂରକ୍ଷିତ ରଖାଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ଫଳାଫଳ ସ୍ଥଗିତ ରହିଛି। ଗତକାଲି ଅନାସ୍ଥା ବିରୋଧରେ ଭୋଟିଂ ପାଇଁ ବିଜେଡି ହ୍ବିପ୍ ଜାରି କରିଥିଲା । ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲଙ୍କ ପାଇଁ ହ୍ବିପ୍ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *