1111444

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ

Spread the love

ଭୁବନେଶ୍ଵର : ଏସ୍‌ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ଏବଂ ୫ ଜଣ ଦଲାଲଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।

ସେପଟେ ପୁଲିସ୍‌ ସବ୍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ମାମଲାରେ ତନାଘନା ଜାରି ରହିଥିବାବେଳେ ବାଲେଶ୍ଵରରୁ ଆଉ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଥିଲା। ସଦର ଥାନା ରଣସାହିରୁ ଚନ୍ଦନ ମଲ୍ଲିକଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଶନିବାର ବାଲେଶ୍ଵର ଜିଲ୍ଲା ସିଂଲା ଥାନା ନାବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। ତେବେ ଏହି ଘଟଣାରେ ଅରବିନ୍ଦ ମଧ୍ୟସ୍ଥ ଭାବେ କାମ କରୁଥିଲା। ଆଶାୟୀ ପ୍ରାର୍ଥୀଙ୍କ ସହ ସେ ନିୟମିତ ଭାବେ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା। ଏହାର ପ୍ରତି ବଦଳରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କର ଅସଲି ଶିକ୍ଷାଗତ ପ୍ରମାଣ ପତ୍ର ସଂଗ୍ରହ କରୁଥିଲା।

Leave a Reply

Your email address will not be published. Required fields are marked *