Screenshot 2025 10 08 105843 750x409

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ

Spread the love

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ, ଅନେକ ଗୁରୁତର ହୋଇଥିବା ସୂଚନା । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ ଘଟିଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସୀମାନ୍ତ ଆନ୍ଧ୍ରର ଏକ ଗ୍ରାନାଇଟ୍ ଖାଦାନରେ ଏହି ବିସ୍ଫୋରଣ ହୋଇଛି। ମୃତକ ହେଲେ ବିହାରର ଶ୍ରବଣ କୁମାର, ରାଜସ୍ଥାନର ହେମରାଜ ଓ ମଧ୍ୟପ୍ରଦେଶର ପଣ୍ଟୁ । ଆହତଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ମେଳିଆପୁଟି ଥାନା ପୋଲିସ ।

ମୃତକ ଓ ଗୁରୁତର ସମସ୍ତେ ଉକ୍ତ ଗ୍ରାନାଇଟ୍ ଖଣିରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ଥିଲେ । ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନଙ୍କର ଶରୀରର ଅଧିକାଂଶ ଅଂଶ ଖଣ୍ଡ ବିହାଣ୍ଡିତ ହେବ ସହ ଜଳି ଯାଇଛି ।

Leave a Reply

Your email address will not be published. Required fields are marked *