03bd3db8 d875 41fc a5a5 f084e2474cbe 2025 10 07 18 32 20

ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ

Spread the love

ଚଣ୍ଡିଗଡ଼: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। କେଉଁ ପରିସ୍ଥିତିରେ ପୁରନଙ୍କ ମୃତ୍ୟୁ ହୋଇଛି ପୁଲିସ ତାହାର ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ବି ଏଯାଏ ସାମ୍ନାକୁ ଆସିନି।

ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ତେବେ ଘଟଣା ସମୟରେ ପୁରନଙ୍କ ପତ୍ନୀ ତଥା ଆଇଏଏସ ଅଧିକାରୀ ଅମନୀତ ପି. କୁମାର ଘରେ ନ ଥିଲେ। ସେ ବର୍ତ୍ତମାନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ନେତୃତ୍ଵରେ ଗଠିତ ଏକ କମିଟି ସହିତ ଜାପାନ ଗସ୍ତରେ ଅଛନ୍ତି।

ପୁରନ ହରିୟାଣା କ୍ୟାଡରର ଜଣେ ବରିଷ୍ଠ ଅଧିକାରୀ ଥିଲେ। ସେ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିଆସିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ଏବଂ ପ୍ରଶାସନିକ ବିଭାଗ​‌ରେ ଗଭୀର ଶୋକପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *