Death 1 (1)

ପ୍ରେମିକ ସହ ମିଶି ସ୍ଵାମୀଙ୍କୁ ହତ୍ୟା କଲା ସ୍ତ୍ରୀ

Spread the love

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗାଁର ଜଗନ୍ନାଥ ମହାନ୍ତଙ୍କ ପୁଅ ବିରଞ୍ଚି ନାରାୟଣ (୪୦) ବୋଲି ଜଣାପଡିଛି । ଘଟଣାଟି ଗତ ୨୯ ତାରିଖରେ ଘଟିଥିଲା। କିନ୍ତୁ ଘଟଣାକୁ ଦୀର୍ଘ ୮ଦିନ ବିତିବା ପରେ ଆଜି ପୁଲିସ୍‌ ପର୍ଦ୍ଦାଫାସ କରିଛି। ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ହତ୍ୟାକାଣ୍ଡ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ସ୍ତ୍ରୀ ହେଉଛନ୍ତି ବିରଞ୍ଚିଙ୍କ ସ୍ତ୍ରୀ ବର୍ଷା ରାଣୀ ମହାନ୍ତ ଓ ତାଙ୍କ ପ୍ରେମିକ ପାଟଣା ଥାନା କମାର ମରା ଗ୍ରାମର ପୁରେନ୍ଦ୍ର ମହାକୁଡ଼।

ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଜଡ଼ି ବିଲ ଗାଁର ବିରଞ୍ଚି ମହାନ୍ତ ନିଜ ସ୍ତ୍ରୀ ବର୍ଷା ରାଣୀ ମହାନ୍ତଙ୍କ ସହିତ ଏକ ମାସ ତଳେ ଭୁବନେଶ୍ୱରର ଏକ ହୋଟେଲରେ କାମ କରିବାକୁ ଯାଇଥିଲେ। ବର୍ଷା ହୋଟେଲର ବଗିଚାରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ବିରଞ୍ଚି ହୋଟେଲର ବାହାର କାମ କରୁଥିଲେ।  ସେପ୍ଟେମ୍ବର ୨୯ ତାରିଖ ରାତିରେ ଦୁର୍ଗାପୂଜା ସମୟରେ ଘରକୁ ଫେରୁଥିବାବେଳେ ପରକୀୟା ପ୍ରୀତିକୁ ନେଇ ବିରଞ୍ଚି ଓ ବର୍ଷାଙ୍କ ମଧ୍ୟରେ ବଚସା ହୋଇଥିଲା । ବର୍ଷା ରାଣୀର କିଛି ବର୍ଷ ପୂର୍ବରୁ ପୁରେନ୍ଦ୍ର ମହାକୁଡ଼ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପୁରେନ୍ଦ୍ର ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ। ଗତ ୨୯ତାରିଖରେ ପୁରେନ୍ଦ୍ର ମଧ୍ୟ ନିଜ ପ୍ରେମିକା ନିକଟକୁ ଭୁବନେଶ୍ୱର ଯାଇଥିଲେ। ୩ଜଣ ମିଶି କରଞ୍ଜିଆ ବସ ଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ଚାଲି ଚାଲି ମାଟିଆଗୁନିକୁ ଯାଉଥିବା ବେଳେ ପୂର୍ବ ଯୋଜନା ମୁତାବକ ପୁରେନ୍ଦ୍ର ବିରଞ୍ଚିଙ୍କ ତଣ୍ଟି ଚିପିଥିବା ବେଳେ ପ୍ରେମିକା ବର୍ଷା ବିରଞ୍ଚିଙ୍କ ୨ ହାତ ଭିଡ଼ି ଧରିବା ସହ ପାଟିରେ ଲୁଗା ବିଣ୍ଡା ପୁରାଇ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *