Images

କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲା: ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ

Spread the love

ଭୋପାଳ: ମଧ୍ୟ ପ୍ରଦେଶର ଛିନ୍ଦଓ୍ବାଡାରେ କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରସିୟାରେ ପରିଚାଳିତ ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ କରାଯାଇଛି। ଏହାର ପରିଚାଳିକା ଜ୍ୟେତି ସୋନି(ଡାକ୍ତର ପ୍ରବୀଣ ସୋନିଙ୍କ ପତ୍ନୀ)। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜିଲା ଛିନ୍ଦଓ୍ବାଡା ଲାଇସେନ୍ସ ରଦ୍ଦ କରିବାକୁ ଆଦେଶ ଜାରି କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟରେ ଡ୍ରଗ୍ କଣ୍ଟ୍ରୋଲର ଦିନେଶ ମୌର୍ଯ୍ୟଙ୍କ ହଟାଇ ଦେଇଛନ୍ତି। ଛିନ୍ଦଓ୍ବାଡାରେ ଡ୍ରଗ୍ ଇନ୍ସପେକ୍ଟର ଗୌରବ ଶର୍ମା ଓ ଜବତପୁର ଡ୍ରଗ୍ ଇନ୍ସପେକ୍ଟର ଶରଦ କୁମାର ଜୈନଙ୍କୁ ନିଲମ୍ବନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପୀଡିତଙ୍କ ପରିବାରକୁ ଭେଟି ସମସ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି କି କୋଲଡ୍ରିଫ୍ ସିରପ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ସମସ୍ତ ଦୋକାନରେ ଥିବା ଷ୍ଟକ୍ ଜବତ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି କି ମେଡିସିନ ଉପରେ ଯେଉଁ ଚେତାବନୀ ଦିଆଯିବା ଉଚିତ୍ ତାହା ସ୍ପଷ୍ଟ ଲିଖିତ ରହୁଛି କି ନାହିଁ ତାର ଯାଞ୍ଚ୍ ପାଇଁ ଅଭିଯାନ ଆରମ୍ଭ କରାଯିବ। ଏହି ନିୟମ ପାଳନ ନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *