2

ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

Spread the love

ଭୁବନେଶ୍ବର: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍‌ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସିଇଓ ସୁରେଶ ନାୟକଙ୍କୁ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଘଟଣାରେ ପୁଲିସ ୧୧୭ ଜଣଙ୍କୁ ଗିରଫ କରିସାରିଛି। ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷା ଆଶାୟୀ ରହିଛନ୍ତି। ଏହି ଘଟଣାରେ ଶଙ୍କର ପୁଷ୍ଟି ଏବଂ ମୁନା ମହାନ୍ତି ନାମକ ଦୁଇ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି। ଏହାବ୍ୟତୀତ କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ପୁଅ, ଝିଅ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ନେଇ ମଧ୍ୟ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆସନ୍ତା ୫ ତାରିଖରେ ପୁଲିସ ଏସଆଇ ପରୀକ୍ଷା ହେବାର ଥିବାବେଳେ ୧୦୦ରୁ ଅଧିକ ଆଶାୟୀଙ୍କୁ ସ୍ଵତନ୍ତ୍ର କୋଚିଂ ଦେବା ଲାଗି ପରୀକ୍ଷା ପରିଚାଳନା ସଂସ୍ଥା ଆନ୍ଧ୍ରପ୍ରଦେଶ ନେଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ପୁଲିସ ଶ୍ରୀକାକୁଲମ ଷ୍ଟେସନରେ ଚଢ଼ାଉ କରି ଆଶାୟୀମାନଙ୍କ ଅଟକ ରଖିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *