65

ଦବିଲା ତେଲ ନଦୀ ପୋଲ: ଭବାନୀପାଟଣାରୁ ଖଡ଼ିଆଳ ଗାଡି ଚଳାଚଳ ବନ୍ଦ

Spread the love

ଭବାନୀପାଟଣା: ଭବାନୀପାଟଣାରୁ ଖଡ଼ିଆଳ ଦେଇ ରାୟପୁରକୁ ସଂଯୋଗ କରୁଥିବା ତେଲ ନଦୀ ପୋଲ ଦବି ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ପୋଲ ମଝିରେ ଥିବା ଏକ ସ୍ଲାବରୁ ସିମେଣ୍ଟ ଖସିବା ସହିତ ସେହି ସ୍ଥାନରେ ଖୁଣ୍ଟ ଦବିଥିବା ଦେଖିବାକୁ ମିଳିଥିଲା। ଫଳରେ ପୋଲ ଉପରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରଖା ଯାଇଛି। ଉଭୟ ପକ୍ଷରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି। ପିଡ଼ବ୍ଲୁଡି ବିଭାଗର ଯନ୍ତ୍ରୀ ଦିନ ୧୨ ଟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ପୁଲିସ ଲୋକଙ୍କୁ ବୁଝାସୁଝା କରି ଅନ୍ୟବାଟେ ଯିବାକୁ ପରାମର୍ଶ ଦେଉଛି। ପ୍ରାୟ ୨୦୦୬ ମସିହାରେ ବନ୍ୟାରେ ଏହି ପୋଲ ଦବିବା ସହିତ ସଂଯୋଗକାରୀ ରାସ୍ତା ଭାଙ୍ଗିଯାଇଥିଲା। ଏହି ପୋଲଟି ବହୁ ପୁରୁଣା ହେଇଥିବାରୁ ନୂତନ ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି।

Leave a Reply

Your email address will not be published. Required fields are marked *