Mig 21

ଆକାଶରେ ଆଉ ଗର୍ଜିବନି ମିଗ୍ ୨୧, ଭାରତୀୟ ସେନାରୁ ନେବ ଅବସର

Spread the love

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଉତ୍ସବ ।

ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ଗତ ଅଗଷ୍ଟ ମାସରେ ରାଜସ୍ଥାନର ନାଲ୍ ବାୟୁସେନା ଏୟାରବେସରୁ ଦେଖିବାକୁ ମିଳିଥିଲା ଶେଷ ମିଗ୍ ୨୧ ଉଡ଼ାଣ । ଉଡାଣରେ ସାମିଲ ଥିଲେ ନିଜେ ବାୟୁସେନା ମୁଖ୍ୟ । ନିରନ୍ତର ସେବା ଯୋଗାଇଥିବା ଏହି ବିମାନ, ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ ।

MiG-21 ର ଅବସର ଭାରତୀୟ ବାୟୁସେନାରେ ଏକ ନୂଆ ଶକ୍ତିର ଆରମ୍ଭ ହେବ । ଏହାକୁ ସ୍ୱଦେଶୀ ତେଜସ୍ LCA ମାର୍କ 1A ଦ୍ୱାରା ବଦଳାଯିବ । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ଲଢ଼ୁଆ ବିମାନ ଭାରତର ନୂତନ ଉଡ଼ାଣର ପ୍ରତୀକ ହେବ ।

Leave a Reply

Your email address will not be published. Required fields are marked *