State ବାଲିଯାତ୍ରା ପାଇଁ ଷ୍ଟଲ ବୁକିଂ ଆରମ୍ଭ, ଏକାଧିକ ଆବେଦନ ଥିଲେ ହେବ ନିଲାମ kartabya September 26, 2025 Spread the loveକଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଚଳିତ ବର୍ଷ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ ଟି ଷ୍ଟଲ ନିର୍ମାଣ ହେଉଛି। ଏହି ସମସ୍ତ ଷ୍ଟଲ ନିଲାମ ହେବ। ଏହା ବ୍ୟତୀତ ଓରମାସ ଏବଂ ଅନ୍ୟାନ୍ୟ ସରକାରୀ ଷ୍ଟଲ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଲୋକେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ ଏବଂ ଦାଖଲ କରିପାରିବେ। ଆବେଦନପତ୍ର ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ବୋଲି ବଡ଼ ସୂଚନା ମିଳିଛି। http://cuttack.odisha.gov.in ୱେବସାଇଟରେ ରହିଛି ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଛି।