Manmohan samal 1068x601

ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ମନମୋହନ

Spread the love

ଭୁବନେଶ୍ଵର : ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। ଏଥିସହିତ ସେ ଚାଷୀଙ୍କୁ ବୋନସ ଏବଂ ବିକାଶକୁ ନେଇ ଚଳିତବର୍ଷ ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି। ଏପରିକି ଗତ କିଛି ଦିନ ଧରି ଲାଗିରହିଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ହେବାର ସମ୍ଭାବନା ନାହିଁ ବୋଲି ମନମୋହନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *