Shreemayee mishra bjd otdc

କଂଗ୍ରେସରେ ଯୋଗ ଦେବେ କି ଶ୍ରୀମୟୀ ?

Spread the love
ଭୁବନେଶ୍ବର: ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍‌ କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍‌ଶୀଘ୍ର
କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରୁ ନ ଥିବାବେଳେ କଂଗ୍ରେସ ଦ୍ବାର ସମସ୍ତଙ୍କ ପାଇଁ ଖୋଲାଥିବା ଦଳର ନେତାମାନେ କହିଛନ୍ତି।
କିଛିଦିନ ହେଲା ଦଳୀୟ ନେତୃତ୍ବ ବିରୋଧରେ ଶ୍ରୀମୟୀଙ୍କ ଟାର୍ଗେଟ୍‌ ବିଜେଡି ରାଜନୀତିକୁ ହଲଚଲ କରିଛି।  କାହା ନାଁ ଉଲ୍ଲେଖ ନ କରି କେତେବେଳେ ସେ ମହାଭାରତର ‘ଧୃତରାଷ୍ଟ୍ର ଓ ଦୁ​‌ର୍ଯେ୍ୟାଧନ’ କଥା କହୁଛନ୍ତି ତ ଆଉ କେତେବେଳେ ‘ଆଶ୍ରମ’ ୱେବ୍‌ସିରିଜ୍‌ର ଭଣ୍ଡ ସନ୍ନ୍ୟାସୀ ବିଷୟରେ ବ୍ୟାଖ୍ୟା କରୁଛନ୍ତି। ପରୋକ୍ଷରେ ଶ୍ରୀମୟୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ନିଶାଣ କରୁଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଶ୍ରୀମୟୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ଗଣମାଧ୍ୟମରେ ହେଉଥିବା ବିଭିନ୍ନ ଆଲୋଚନାକୁ ସେ ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି କିମ୍ବା ଆପତ୍ତି ଉଠାଇ ନାହାନ୍ତି। ଏହାର ଅର୍ଥ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାରେ ସତ୍ୟତା ରହିଥିବା ବୁଝି ନେବାକୁ ହେବ। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ଶ୍ରୀମୟୀ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଶ୍ରୀମୟୀ ଏବେ ବିଜେଡିର ମୁଖପାତ୍ର, ସାଧାରଣ ସମ୍ପାଦକ ସହ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ଅଛନ୍ତି। କିନ୍ତୁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ଟିକଟ ନ ମିଳିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦୀର୍ଘଦିନ ନିରବ ରହିବା ପରେ କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କର ବିଭିନ୍ନ ଉପାଖ୍ୟାନ ଦେଖିବାକୁ ମିଳୁଛି। ସେ ବିଜେଡି ଛାଡ଼ି ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ସତ୍ୟତା କେତେ ତାହା ଆଗକୁ ସ୍ପଷ୍ଟ ହେବ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଶ୍ରୀମୟୀ ଯଦି କଂଗ୍ରେସ ଆସିବାକୁ ଇଚ୍ଛା କରିବେ ପିସିସି ସଭାପତି ଏହା ଉପ‌େ‌ର ନିଷ୍ପତ୍ତି ନେବେ। ସେ ଜଣେ ଭଲ ନେତ୍ରୀ। କଂଗ୍ରେସ ଦଳକୁ ଆସିଲେ କିଛି ଅସୁବିଧା ହେବନି। ତାଙ୍କୁ ଦଳ ସ୍ବାଗତ କରିବା  ଏ ସମ୍ପର୍କରେ ଶ୍ରୀମୟୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ।

Leave a Reply

Your email address will not be published. Required fields are marked *