Mixcollage 20 sep 2025 01 37 pm 8844 750x430 1

ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ

Spread the love

ଭୁବନେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପୁଲିସ୍‌ ବାବୁ। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସ୍‌ଆଇ ହୃଷିକେଷ ବିଶ୍ଵାଳ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଦୁର୍ଘଟଣା ମାମଲାରେ ଜଣେ ଯୁବକଙ୍କ ମୋଟର ସାଇକେଲ ଅଟକ ଥିଲା। ତେବେ ଅଟକ ମୋଟର ସାଇକେଲକୁ ଛାଡିବା ପାଇଁ ପୁଲିସ୍‌ ବାବୁ ଜଣଙ୍କ ଯୁବକଙ୍କ ଠାରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମୋଟର ସାଇକେଲକୁ ଥାନାରୁ ନେବା ପାଇଁ ଉକ୍ତ ଯୁବକ ପୁଲିସ୍‌ ବାବୁଙ୍କୁ ଲାଞ୍ଚ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *