Ranapurgarh

ଜୋତା ପିନ୍ଧି ନ ଥିବାରୁ ଛାତ୍ରଙ୍କୁ ମାଡ ମାରି ଗେଟ୍‌ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ

Spread the love

ରଣପୁରଗଡ଼: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୋତା ପିନ୍ଧି ଆସି ନ ଥିବାରୁ ପିଲାଙ୍କୁ ମାଡ ମାରିବା ସହିତ ଗେଟ ବାହାରକୁ ତଡ଼ିଦିଆଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୭ଟାରେ ବିଦ୍ୟାଳୟ ପରିସରରେ ପ୍ରାର୍ଥନା ସରିବାର ପରେ ଜୋତା ପିନ୍ଧି ନ ଥିବା ପିଲାମାନଙ୍କୁ ଗୋଟିଏ ଲାଇନରେ ଠିଆ କରାଯାଇ ଥିବାବେଳେ କିଛି ପିଲାଙ୍କୁ ମାଡ଼ ମରାଯାଇଥିବା  ଅଭିଯୋଗ ହୋଇଛି। ମାଡ଼ ମରାଯିବା ପରେ ପିଲାମାନଙ୍କୁ ଗେଟ ବାହାରକୁ ବାହାର କରି ଦିଆଯାଇଥିଲା। ୭ଟାରୁ ୯ଟା ପର୍ଯ୍ୟନ୍ତ ପିଲାମାନେ ଗେଟ ବାହାରେ ରହିଥିଲେ। ଖବରପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବା ବେଳକୁ ୪୦ରୁ ଊର୍ଦ୍ଧ୍ବ ଛାତ୍ର ବାହାରେ ଠିଆ ହୋଇ ଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ କ’ଣ ପାଇଁ ବାହାରେ ଛିଡ଼ା ହୋଇଛି ବୋଲି ପଚାରିବାରୁ ଜୋତା ପିନ୍ଧି ଆସି ନ ଥିବାରୁ ପ୍ରଧାନ ଶିକ୍ଷକ ମାଡ଼ ମାରି ଗେଟ ବାହାରେ ଠିଆ କରାଇଥିବା ଏବଂ ମାସିକ ପରୀକ୍ଷାରୁ ବଞ୍ଚିତ କରିଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ଛାତ୍ରମାନଙ୍କ ଅଭିଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚରାଯିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *