Archana nag

ଓକିଲାତି ପେଶାରୁ ନିଲମ୍ବିତ ହେଲେ ଅର୍ଚ୍ଚନା ନାଗ

Spread the love

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଓକିଲାତି ପେଶାରୁ ନିଲମ୍ବିତ ।  ନିଲମ୍ବନ କଲେ ରାଜ୍ୟ ଆଇନଜୀବୀ ପରିଷଦ।  ତଥ୍ୟ ଗୋପନ ରଖି ଓକିଲାତି ଲାଇସେନ୍ସ ହାତେଇ ଥିଲେ ଅର୍ଚ୍ଚନା ।  ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନ ଥିବା ଦର୍ଶାଇ ଥିଲେ।  କିନ୍ତୁ ତାଙ୍କ ନାମରେ ଫୌଜଦାରୀ ମାମଲା ଥିବା ଜାଣି ପାରିଛି ଆଇନଜୀବୀ ପରିଷଦ।  ସେହିଭଳି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଅର୍ଚ୍ଚନା। ସେଥିପାଇଁ ତାଙ୍କୁ ଓକିଲାତି ପେଶାରୁ କରାଯାଇଛି ନିଲମ୍ବନ। ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ଦ୍ବିବେଦୀଙ୍କ ସୂଚନା ।

ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ।

ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।

Leave a Reply

Your email address will not be published. Required fields are marked *