Supreme court 1068x601

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ; ଗଡ଼ବଡ଼ ହେଲେ ରଦ୍ଦ କରାଯିବ ସମ୍ପୂର୍ଣ୍ଣ ପ୍ରକ୍ରିୟା

Spread the love

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ବା ଅସିଦ୍ଧ ଘୋଷଣା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ଏସଆଇଆର ବିରୋଧରେ ଆଗତ ପିଟିସନଗୁଡ଼ିକର ଶୁଣାଣି କରୁଥିବା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ବ୍ୟବସ୍ଥା ହୋଇଥିବାରୁ ଏସଆଇଆର ପରିଚାଳନାରେ ଆଇନ ଏବଂ ବିଧିବଦ୍ଧ ନିୟମ ପାଳନ ହେଉଥିବା ଆଶା କରାଯାଉଛି। ଯଦି ଏସଆଇଆର କାର୍ଯ୍ୟକାରୀ ସମୟରେ ସାମ୍ବିଧାନିକ ସୁରକ୍ଷାକୁ ଅଣଦେଖା କରି କୌଣସି ବେଆଇନ କାର୍ଯ୍ୟ ହୋଇଥିବା ପ୍ରମାଣ ମିଳେ, ତେବେ ସମ୍ପୂର୍ଣ୍ଣ  ପ୍ରକ୍ରିୟାକୁ ଅସିଦ୍ଧ କରିଦିଆଯିବ। ବିହାର ଏସଆଇଆର ଉପରେ କୌଣସି ଆଶିଂକ ରାୟ ଦିଆଯିବ ନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଚୂଡ଼ାନ୍ତ ରାୟ ସାରା ଭାରତରେ ଲାଗୁ ହେବ ବୋଲି ଖଣ୍ଡପୀଠ କହିଥିଲେ।

ସୂଚନାଯୋଗ୍ୟ, ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇ ଆଧାରକୁ ଦ୍ଵାଦଶ କାଗଜପତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। ଭୋଟରଙ୍କ ପରିଚୟ ସାବ୍ୟସ୍ତ କରିବା ଲାଗି ନିର୍ବାଚନ ଆୟୋଗ ୧୧ଟି କାଗଜପତ୍ରକୁ ବୈଧ ଦର୍ଶାଇଥିଲେ, ଯେଉଁଥିରେ ଆଧାର ସମ୍ପୃକ୍ତ ନ ଥିଲା।

Leave a Reply

Your email address will not be published. Required fields are marked *