Upi new rule 2025 07 db10e70882d51adc1abe80900504ed76

ଖୁବ୍ ଶୀଘ୍ର ବଦଳିବ ୟୁପିଆଇ ନିୟମ !

Spread the love

ନୂଆଦିଲ୍ଲୀ : ଫୋନ୍ ପେ ଏବଂ ଗୁଗଲ୍‌ ପେ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ଆସିଛି। ୟୁପିଆଇ କାରବାରକୁ ନେଇ ଏନପିସିଆଇ ବଡ ପରିବର୍ତ୍ତନ କରିବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ  ଆଜି ୧୫ ସେପ୍ଟେମ୍ବରରୁ ଯୁପିଆଇ ଜରିଆରେ ମର୍ଚାଣ୍ଟ (ଦୋକାନ, କମ୍ପାନୀ କିମ୍ବା ସଂସ୍ଥା)ଙ୍କୁ କରାଯାଉଥିବା ପେମେଣ୍ଟର ସୀମା ବୃଦ୍ଧି କରିଛି । ଏବେ ଗ୍ରାହକମାନେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏପର୍ଯ୍ୟନ୍ତ ଏହି ସୀମା ୨ ଲକ୍ଷ ଟଙ୍କା ଥିଲା । ଏହା ଦ୍ୱାରା ବୀମା ପ୍ରିମିୟମ, ନିବେଶ, ଆଭୂଷଣ କିଣିବା କିମ୍ବା ଫ୍ଲାଇଟ-ହୋଟେଲ ବୁକିଂ ପାଇଁ ବଡ଼ ଅଙ୍କର ପେମେଣ୍ଟ କରିବାରେ ଅସୁବିଧା ହେଉଥିଲା। ଏକାସଙ୍ଗେ ପେମେଣ୍ଟ କରାଯାଇନପାରି ଅଳ୍ପ ଅଳ୍ପ କରି କରିବାକୁ ପଡ଼ୁଥିଲା । ଏବେ କିନ୍ତୁ ଆଉ ଏସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି।  ଏକାଥରକେ ସମ୍ପୂର୍ଣ୍ଣ ଟଙ୍କା ଯୁପିଆଇ ଜରିଆରେ ପଠାଯାଇ ପାରିବ । ତେବେ ବଦଳିବାକୁ ଥିବା ନୂଆ ନିୟମ ଯୋଗୁଁ ଫୋନ୍ ପେ, ଗୁଗଲ ପେ ଓ ପେଟିଏମ୍ ଭଳି ଲୋକପ୍ରିୟ ଆପ୍‌ଗୁଡିକରେ ଏହା ସିଧା ପ୍ରଭାବ ଦେଖିବାକୁ ମିଳିବ । କାରଣ ଏଥର ୟୁଜର୍ସ ସହଜରେ ବଡ଼ ଧରଣର ଟ୍ରାଞ୍ଜାକ୍ସନ କରିପାରିବେ । ବୀମା ପ୍ରିମିୟମ ପୈଠ, ଟ୍ରାଭେଲ ବୁକିଂ ଓ ଅନ୍ୟାନ୍ୟ ବଡ଼ ଧରଣର ପେମେଣ୍ଟ ଏଥର ୟୁପିଆଇ ମାଧ୍ୟମରେ ହୋଇପାରିବ।

Leave a Reply

Your email address will not be published. Required fields are marked *