Image 2025 09 15t141515.634

ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା: ଅଭିଯୋଗ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ

Spread the love

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ମାମଲା । ନିଯୁକ୍ତି କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ । କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା ଦୃଷ୍ଟିଗୋଚର ହୋଇଛି । ତେଣୁ ଚଳିତବର୍ଷ ସେପ୍ଟେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଓଏମଆର ଜିକେ ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ସପ୍ତାହେ ମଧ୍ୟରେ ଅର୍ଥାତ୍‌ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କ ଥାନା ବା ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ, ଛତ୍ରପୁରରେ ଅଭିଯୋଗପତ୍ର ଦାଖଲ କରି ଦକ୍ଷତା ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇଛି ।

କମିଟି କହିଛି ଯେ, ଅଭିଯୋଗର ଯୋଗ୍ୟତା ଆଧାରରେ ସମାଧାନ କରାଯିବ। ଯେଉଁମାନେ ବିଜ୍ଞାପନରେ ନିର୍ଦ୍ଦିଷ୍ଟ ଦକ୍ଷତା ଉଲ୍ଲେଖ କରିଛନ୍ତି ଏବଂ ପୂର୍ବରୁ ଏକ ବର୍ଷର ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିନାହାନ୍ତି, ସେମାନେ ତାହା ଦାଖଲ କରିବେ । ଅଭିଯୋଗ ପତ୍ରରେ ଯୋଗାଯୋଗ ନମ୍ବର ଓ ରୋଲ ନମ୍ବର ସ୍ପଷ୍ଟ ଉଲ୍ଲେଖ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା । ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ । ଏହି ଘଟଣା ପରୀକ୍ଷାର ସ୍ବଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯାହା ଫଳରେ ପ୍ରାର୍ଥୀଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ବଢ଼ିଥିଲା ।

Leave a Reply

Your email address will not be published. Required fields are marked *