ମହାନଦୀରେ ବୁଡ଼ି ପୁତୁରା ମୃତ, ଦାଦା ନିଖୋଜ

Spread the love

ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ରିଜ ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଦାଦା ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ଚାଲିଥିଲା। ଏହି ସମୟରେ ଯୁବକ ଜଣକ ମହାନଦୀରେ ବୁଡ଼ ପକାଇଥିଲେ। ହେଲେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦାଦା ପାଣିକୁ ଯାଇଥିଲେ। ହେଲେ ସେ ବି ନିଖୋଜ ହୋଇଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ପୁତୁରାର ମୃତଦେହ ମିଳିଥିବାବେଳେ ଦାଦା ନିଖୋଜ ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *