Pm kisan yojana 18th installment date 750x430

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

Spread the love

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ତେବେ ଚାଷୀମାନେ ସେମାନଙ୍କର କେୱାଇସି ବିବରଣୀ ଅପଡେଟ୍ କରିପାରିବେ ଏବଂ ବର୍ଦ୍ଧିତ ସମୟ ସୀମା ମଧ୍ୟରେ ନିଜକୁ ଯୋଜନାରେ ସାମିଲ କରିପାରିବେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି ଦୀପାବଳି ପୂର୍ବରୁ ତଥା ଅକ୍ଟୋବରରେ ଜାରି ହେବାର ସମ୍ଭାବନା ରହିଛି। ଏହି ଯୋଜନା ଅଧୀନରେ ସରକାର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୨,୦୦୦ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।

Leave a Reply

Your email address will not be published. Required fields are marked *