Screenshot 2025 09 12 114502 750x409

ନଭେମ୍ୱର ୫ରୁ କଟକର ଐତିହାସିକ ବାଲିଯାତ୍ରା

Spread the love

କଟକ: ନଭେମ୍ୱର ୫ରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ୱର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ବାଲିଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ପଡିବ।

ଅନ୍ୟପଟେ ଚଳିତଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା। ତେବେ ଚଳିତଥର ଉପର ବାଲିଯାତ୍ରା ପଡ଼ିଆରେ ହେବନି ବାଲିଯାତ୍ରା। ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି।

କେବଳ ତଳ ପଡ଼ିଆରେ ହେବ ଚଳିତ ବର୍ଷର ବାଲିଯାତ୍ରା । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ ।

Leave a Reply

Your email address will not be published. Required fields are marked *