Youth c

ପେଟ୍ରୋଲ୍‌ ଢାଳି ଯୁବକଙ୍କ ଆତ୍ମାହୂତି ଉଦ୍ୟମ: ଅବସ୍ଥା ଗୁରୁତର, ଏମ୍‌କେସିଜିରୁ ଏସ୍‌ସିବିକୁ ସ୍ଥାନାନ୍ତର

Spread the love

ବ୍ରହ୍ମପୁର: ପେଟ୍ରୋଲ୍‌ ଢାଳି ନିଜକୁ ଜାଳି ଦେଇଥିବା ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ସଙ୍କଟାପନ୍ନ ଅବସ୍ଥାରେ ଯୁବକ ଏମ୍‌କେସିଜିରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି । ଗତକାଲି ବଡ଼ବଜାର ଥାନା ମେଣ୍ଟୁ ଛକରେ ନିଜକୁ ଜାଳି ଦେଇଥିଲେ ଯୁବକ । ଏଭଳି ଚରମ ପଦକ୍ଷେପ ପୂର୍ବରୁ ଇନ୍‌ଷ୍ଟାରେ ଏକ ମେସେଜ ସେୟାର କରିଥିଲେ ଯୁବକ । ମୋର କିଛି ହେଲେ କାହାର ଦୋଷ ନାହିଁ ବୋଲି ଲେଖିଥିଲେ । ଗୁରୁତର ଯୁବକ ସୁରଜ ସାହୁ ବୋଲି ଜଣାପଡିଛି l

ସୂଚନା ଅନୁସାରେ, ଗୁରୁତର ଯୁବକ ସୁରଜ ସାହୁ ପାରିବାରିକ କଳହରୁ ଏପରି କରିଛନ୍ତି । ସୁରଜଙ୍କ କୌଣସି କାରଣକୁ ନେଇ ପରିବାର ଲୋକଙ୍କ ସହ ଝଗଡ଼ା ହୋଇଥିଲା। ଆଉ ଏହି ଝଗଡ଼ାକୁ କାରଣରୁ ସେ ଜୀବନ ହାରିବାକୁ ଉଦ୍ୟମ କରି ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ତେବେ ଅଞ୍ଚଳବାସୀ ଯୁବକଙ୍କ ଶରୀରରେ ଲାଗିଥିବା ନିଆଁକୁ ଲିଭାଇକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *