Shreemayee mishra 750x430

‘ଧୃତରାଷ୍ଟ୍ର’ କିଏ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…

Spread the love

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନିଜର ଅସନ୍ତୋଷ ଝାଡ଼ିଛନ୍ତି ଶ୍ରୀମୟୀ।

ଶ୍ରୀମୟୀ ଲେଖିଛନ୍ତି, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ। କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ।

ଏଠାରେ ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ନିଶାନା ନବୀନଙ୍କ ଉଦ୍ଦେଶ୍ୟରେ ନା ଆଉ କିଏ ତାହା ଅସ୍ପଷ୍ଟ ରହିଛି। ମହିଳାଙ୍କୁ ନ୍ୟାୟ ମିଳୁ ନ ଥିବା ନେଇ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଶ୍ରୀମୟୀ। ସେ କହିଛନ୍ତି, ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି। ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଜନେ ହସନ୍ତି। ଶ୍ରୀମୟୀଙ୍କ ଏଭଳି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

 

Leave a Reply

Your email address will not be published. Required fields are marked *