Navaro 1068x601

ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ‘ବ୍ରାହ୍ମଣ’ ମନ୍ତବ୍ୟର ଜବାବ ଦେଲା ଭାରତ

Spread the love

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥିକ ପରାମର୍ଶଦାତା ପିଟର ନଭାରୋ ଭାରତ ପ୍ରତି ଦେଇଥିବା ମନ୍ତ୍ୟବର କଡ଼ା ଜବାବ ଦେଇଛି ବିଦେଶ ମନ୍ତ୍ରଣାଳୟ। ରୁଷଠାରୁ ତୈଳ ଆମଦାନୀ ଯୋଗୁ ଭାରତର ବ୍ରାହ୍ମଣମାନେ ଲାଭବାନ ହେଉଥିବା ନେଇ ନଭାରୋ ଦେଇଥିବା ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ ବୋଲି ଦର୍ଶାଇ ବୈଦେଶିକ ମନ୍ତ୍ରଣାଳୟ ତାହାକୁ ଖାରଜ କରିଦେଇଛି।

ଭାରତ ଉପରେ ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ଉପରେ ନଭାରୋ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଭାରତ ରୁଷଠାରୁ ତୈଳ ଆମଦାନୀ କରିବା ଦ୍ଵାରା ୟୁକ୍ରେନ ଯୁଦ୍ଧକୁ ପରୋକ୍ଷ ଭାବେ ଇନ୍ଧନ ଯୋଗାଉଛି। ଭାରତ ରୁଷ ତୈଳକୁ ୟୁରୋପ, ଆଫ୍ରିକା ଏବଂ ଏସିଆରେ ଉଚ୍ଚ ଦରରେ ବିକ୍ରି କରି ବହୁ ଲାଭବାନ ହେଉଛି।

ଏହାର ଜବାବରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସଓ୍ବାଲ କହିଛନ୍ତି, ଭାରତ-ଆମେରିକା ସମ୍ପର୍କ ଗୁରୁତ୍ଵପୂର୍ଣ୍ଣ। ଅନେକ ଆହ୍ବାନ ଏବଂ ପରିବର୍ତ୍ତନ ସତ୍ବେ ଏହି ସମ୍ପର୍କ ମଜଭୁତ ରହିଛି। ଦୁଇ ଦେଶ ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡାକୁ ନେଇ ଆଗକୁ ବଢ଼ୁଛନ୍ତି। ପରସ୍ପରର ସମ୍ମାନ ଏବଂ ହିତ ଦୃଷ୍ଟିରୁ ଏହି ସମ୍ପର୍କ ଆଗକୁ ବଢ଼ିବା​‌ ନେଇ ଆମର ବିଶ୍ଵାସ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *