Modi 3 V Jpg 510x300 4g

ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Spread the love

ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରୁଛନ୍ତି। କ୍ଷତିଗ୍ରସ୍ତମାନଙ୍କ ସମସ୍ତ ପ୍ରକାର ମାନବତାବାଦୀ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *