Gas

କମିଲା ଗ୍ୟାସ୍‌ ସିଲିଣ୍ଡର.. ପେନ୍‌ସନ୍‌ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍‌ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ

Spread the love

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ଆର୍ଥିକ କ୍ଷେତ୍ରରେ ୭ଟି ବଡ ପରିବର୍ତ୍ତନ ହୋଇଛି। ଯାହା ସର୍ବସାଧାରଣଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି,କ୍ରେଡିଟ୍‌ କାର୍ଡ, ଆୟକର ଟ୍ୟାକ୍ସ ଦେବା, ଭାରତୀୟ ଡାକ ସେବାର ନିୟମ, ଏଫଡି ସ୍କିମ୍‌ ଆଦି ସହ ଏସବୁ ପରିବର୍ତ୍ତନ ଜଡିତ ରହିଛି । ଜାଣନ୍ତୁ ସେହି ପରିବର୍ତ୍ତନ ବିଷୟରେ..

ଆଜି ଠାରୁ ୧୯ କିଲୋଗ୍ରାମ୍‌ ବ୍ୟବସାୟିକ ସିଲିଣ୍ଡରର ଦାମ୍‌ ହ୍ରାସ ହୋଇଛି। ରାତି ୧୨ଟା ପରେ ନୂଆ ଦାମ୍‌ର ତାଲିକା ଆସିଯିବା ସହ ଲାଗୁ ହୋଇଛି। ସିଲିଣ୍ଡର ଦାମ୍‌ରେ ୫୧ ଟଙ୍କା କମ୍‌ ହୋଇଛି। ଏହାପରେ ବ୍ୟବସାୟିକ ସିଲିଣ୍ଡର ଦିଲ୍ଲୀରେ ୧୫୮୧ ଟଙ୍କା, କଲକାତାରେ ୧୬୮୩, ମୁମ୍ବାଇରେ ୧୫୩୧ ଓ ଚେନ୍ନାଇରେ ୧୭୩୭ ଟଙ୍କା ମିଳିବ ।

ସେପ୍ଟେମ୍ବର ୧ରୁ ଭାରତୀୟ ଡାକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ଡାକ ସେବା ଓ ସ୍ପିଡ୍‌ ପୋଷ୍ଟ ସେବା ଏକାଠି ହୋଇ ଯାଇଛି। ଏବେ ସାଧାରଣ ଡାକ ସେବା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଡାକ ଦ୍ୱାରା ନୁହେଁ ବରଂ ସ୍ପିଡ୍‌ ପୋଷ୍ଟ ଦ୍ୱାରା ଲୋକେ ସବୁକିଛି ପଠାଇ ପାରିବେ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡର ନିୟମ ପରିବର୍ତ୍ତନ କରିଛି। ଜାରି କରାଯାଇଥିବା କିଛି କ୍ରେଡିଟ୍ କାର୍ଡ ପାଇଁ ପୁରସ୍କାର ପଏଣ୍ଟକୁ ପରିବର୍ତ୍ତନ କରିଛି। ଏବେ କ୍ରେଡିଟ୍ କାର୍ଡଧାରୀଙ୍କୁ ଡିଜିଟାଲ୍ ଗେମିଂ, ଅନଲାଇନ୍ ଗେମିଂ ଏବଂ ସରକାରୀ ୱେବସାଇଟ୍‌ରେ କାରବାର ପାଇଁ ପୁରସ୍କାର ପଏଣ୍ଟ ମିଳିବ ନାହିଁ।

Leave a Reply

Your email address will not be published. Required fields are marked *