Srimandir

ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ: ୧୦ଜଣ ସଦସ୍ୟଙ୍କ ନାଁ ପ୍ରକାଶ ପାଇଲା

Spread the love

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ ହୋଇଛି । ୧୦ ସଦସ୍ୟଙ୍କୁ କମିଟିରେ ସ୍ଥାନ ମିଳିଛି । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ ଏବଂ ମହେଶ କୁମାର ସାହୁ ସ୍ଥ‌ାନ ପାଇଛନ୍ତି ।

ପୂର୍ବରୁ ଆଇନ୍ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନଙ୍କ ଦେଇଥିବା ସୂଚନା ଅନୁଯାଇ, ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା ନେଇ ଆଲୋଚନା ହେବ । ଏଥିସହିତ ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ନେଇ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିରରେ ଥିବା ହୁଣ୍ଡି ସ୍ଥାନାନ୍ତର ନେଇ ବୈଠକରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

ଏହା ସହ କମିଟି ଗଠନ ହେଲେ ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବା, ଭକ୍ତଙ୍କ ସୁରକ୍ଷା, ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ତ୍ବରାନ୍ବିତ ହେବ ବୋଲି ଆଇନ୍ ମନ୍ତ୍ରୀ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *